ପୁରୀରେ ଡିଜେ ମେସିନ ଜବତ
ପୁରୀରେ

ପୁରୀରେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଡିଜେ ମେସିନ ଜବତ କଲା ପୋଲିସ । ଅଧିକ ପଢନ୍ତୁ...

ପୁରୀ: ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଡିଜେ ମେସିନ ଜବତ କଲା ପୋଲିସ । ପୁରୀରେ ଡିଜେ ଉପରେ କଟକଣା ଲାଗିବା ପରେ ଏହି ନିୟମ ଉଲ୍ଲଙ୍ଗନକୁ ନେଇ ପୁରୀ କୁମ୍ଭାରପଡା ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ସୂଚନା ଅନୁଯାୟୀ ବାନାମ୍ବର ଛକରେ ଏକ ବରଯାତ୍ରୀ ପ୍ରୋସେସନରେ ଡିଜେ ମେସିନ ଓ ବକ୍ସ ଲାଗି ଥିବା ଅଭିଯୋଗ ପରେ କୁମ୍ଭାର ପଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏହାକୁ ସିଜ କରାଯାଇଛି । ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ ଅଧିକ ଡିଜେ ସାଉଣ୍ଡ ବ୍ୟବହାର କରାଯାଉଛି । ଅଗାମୀ ଦିନରେ ମାଟ୍ରିକ ପରୀକ୍ଷା ଥିବାବାରୁ ଡିଜେ ଯୋଗୁଁ ପିଲାଙ୍କ ପାଠପଢାରେ ସମସ୍ୟା ସୃଷ୍ଟି ହେବା ସହ ବୟସ୍କ, ଶିଶୁମାନେ ମଧ୍ୟ ଉଚ୍ଚ ଶବ୍ଦ ଯୋଗୁଁ ଅନେକ ଅସୁବିଧା ସମ୍ମୁଖୀନ ହେଉଥିଲେ । ଏନେଇ ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ପରେ ପୁରୀ ପୋଲିସ ଗତ ଦୁଇଦିନ ହେବ ଡିଜେ ଉପରେ କଟକଣା ଲଗାଇଛି । ପୁରୀ ସହରରେ ଡିଜେ ବ୍ୟବହାର ଉପରେ ରୋକ ଲଗାଯାଇଛି । ସେହିପରି ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ମଧ୍ୟ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.