ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ, ସ୍ଥାଣୁ ପାଲଟିଛି ପ୍ରଶାସନ
ପାଣି

ପାଣି ପାଇଁ ଡହଳ ବିକଳ। ଗୋଟିଏ ନଳକୂଅ ହଜାରରୁ ଉର୍ଦ୍ଦ ଲୋକଙ୍କ ମେଣ୍ଟାଉଛି ତୃଷା। ଯାହା ପାଇଁ ବିଶୁଦ୍ଧ ପାନୀୟ ଜଳ ପାଇବା ଆଶା ଏବେ ଆଶାରେ ହିଁ ରହିଯାଇଛି। ଅଧିକ ପଢନ୍ତୁ...

ପୁରୀ: ପାଣି ପାଇଁ ଡହଳ ବିକଳ। ଗୋଟିଏ ନଳକୂଅ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମେଣ୍ଟାଉଛି ତୃଷା। ବର୍ଷକ ବାରମାସ ମନ୍ଦିର ପରିସରରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି ସତ୍ୟବାଦୀ ବ୍ଲକ ରାଇଖଣ୍ଡି ପଞ୍ଚାୟତ ଗ୍ରାମର ଲୋକେ। ସେ ଖରା ହେଉକି ବର୍ଷା କି ଶୀତ ବର୍ଷକ ବାର ମାସ ରାଇଖଣ୍ଡି ପଞ୍ଚାୟତର ରାଇଖଣ୍ଡି ଶାସନ,ବଙ୍ଗାଳି ସାହି,ଦଳିତ ସାହିର ତୃଷ୍ଣା ମେଣ୍ଟାଇଥାଏ ରାଇଖଣ୍ଡି ଶାସନ ମନ୍ଦିରରେ ଥିବା ନଳକୂଅ ।

ସୂଚନା ଅନୁସାରେ, ଗାଁ କୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ 4 ବର୍ଷ ତଳେ ପାଇପ ଲାଇନର ବ୍ୟବସ୍ଥା କରାଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲା। ହେଲେ ବିଶୁଦ୍ଧ ପାନୀୟ ଜଳ ଲୋକେ ପାଇବା ପୂର୍ବରୁ ଏହା ସବୁ ନଷ୍ଟ ହୋଇଯାଇଛି। ଯାହା ପାଇଁ ବିଶୁଦ୍ଧ ପାନୀୟ ଜଳ ପାଇବା ଆଶା ଏବେ ଆଶାରେ ହିଁ ରହିଯାଇଛି।

ଗୋଟିଏ ନଳକୂପ ଥିବା ବେଳେ ପାଣି ଯୋଗାଇ ଦେବା ପାଇଁ ନୂତନ ନଳକୂପର ବ୍ୟବସ୍ଥା କରାଯାଉଛି ନା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଇପ ଲାଇନର ବ୍ୟବସ୍ଥା କରାଯାଇ ପାଣି ଯୋଗାଇ ଦିଅ।ଯାଉଛି। ଯାହା ପାଇଁ ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ହାତରେ ବାଲଟି, ବଡ ବଡ ପ୍ଲାଷ୍ଟିକ ଡବା ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ପାଣି ନେଇ ଯିବାକୁ ପଡୁଛି ।

ପାନୀୟ ଜଳ ସମସ୍ୟା ଦୀର୍ଘ 4 ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ଏହା ଉପରେ ପ୍ରଶାସନିକ କି ରାଜନୈତିକ ସ୍ତର ରେ କୈାଣସି ସମାଧାନ କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେବେ ପାନୀୟ ଜଳର ସମସ୍ୟା ଶୀଘ୍ର ସମାଧାନ ନହେଲେ ଅଗାମୀ ଦିନରେ ଲୋକ ମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.