ଟ୍ରକ ସହ ୧୧ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, 4 ଅଟକ
Breaking

ଟ୍ରକ ସହ ୧୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ...

ରାୟଗଡା: ଟ୍ରକ ସହ ୧୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ । ବଡ଼ ଚତୁରତାର ସହ ମକା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବିଷମକଟକ ପୋଲିସ ଏହାକୁ କାବୁ କରିବାରେ ସଫଳ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ଗତ କାଲି ବିଳମ୍ବିତ ରାତିରେ ବିଷମକଟକ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଏହି ଟ୍ରକକୁ ବିଷମକଟକ ଥାନା ସାହାଡ଼ା ପଞ୍ଚୟତ ନିକଟରେ ପୋଲିସ ଜବତ କରିଛି ।

ଟ୍ରକ ସହ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ , 4 ଅଟକ

ଟ୍ରକ ନମ୍ବର୍ AP26-TT-6282 ମକା ବୋଝେଇ ଟ୍ରକଟି ଗୁଡାରି ଅଞ୍ଚଳରୁ ଭାୟା ବିଷମକଟକ ଅଞ୍ଚଳ ଦେଇ ଉତ୍ତରପ୍ରଦେଶ ଯାଉଥିବା ବେଳେ ଏହାକୁ ଯାଞ୍ଚ କରିଥିଲା ପୋଲିସ । ତେବେ ଏହି ଟ୍ରକ ଡାଲାରେ ଏକ ସ୍ବତନ୍ତ୍ର ବକ୍ସ ଥିବା ଜାଣିବା ପରେ ଟ୍ରକକୁ ଜବତ କରି ଥାନାକୁ ଆଣିଥିଲା ପୋଲିସ । ଜବତ ହୋଇଥିବା ଟ୍ରକରେ ଥିବା ଏହି ବକ୍ସ ଭିତରୁ ୩୮ ବସ୍ତା ଗଞ୍ଜେଇ ବାହାରିଥିଲା ।ଏହାର ଓଜନ ୧୧ କ୍ବିଣ୍ଟାଲ ୪୦ କେଜି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଚାଲାଣରେ ସପୃକ୍ତ ଥିବା ଗୋଟିଏ କାରରୁ ୨ ଲକ୍ଷ ଟଙ୍କା ସହ ୪ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.