
ଜିଏସଟି ସରଳୀକରଣ ଦାବିରେ ସାରା ଦେଶରେ ବନ୍ଦ ଡାକରା ଦେଇଛି କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ । ଏହାକୁ ସମ୍ବଲପୁରରେ ସଫଳ କରିବାକୁ ଜିଲ୍ଲା ବ୍ୟବସାୟ ସଙ୍ଘ ପକ୍ଷରୁ ଲୋକଙ୍କୁ ଆବେଦନ କରାଯାଇଛି । ଅଧିକ ପଢନ୍ତୁ...
ସମ୍ବଲପୁର: ଫେବୃୟାରୀ 26 ରେ ଭାରତ ବନ୍ଦ । ଜିଏସଟି ସରଳୀକରଣ ଦାବିରେ ସାରା ଦେଶରେ ବନ୍ଦ ଡାକରା ଦେଇଛି କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ । ସକାଳ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଏହାକୁ ସମ୍ବଲପୁରରେ ସଫଳ କରିବାକୁ ଜିଲ୍ଲା ବ୍ୟବସାୟ ସଙ୍ଘ ପକ୍ଷରୁ ଲୋକଙ୍କୁ ଆବେଦନ କରାଯାଇଛି ।
ଦେଶରେ ଜିଏସଟି ଲାଗୁ ହେବା ପରେ ସଠିକ ଭାବେ କାର୍ଯ୍ୟକାରିତା କରାଯାଉନାହିଁ । ଯାହା ଫଳରେ ବ୍ୟବସାୟୀ ସଙ୍ଘ ଘାଟାରେ ପଡୁଛନ୍ତି ବୋଲି ସମ୍ବଲପୁର ଜିଲ୍ଲା ବ୍ୟବସାୟୀ ସଙ୍ଘ ଅଭିଯୋଗ ଆଣିଛନ୍ତି । ଏଥିସହ ଜିଏସଟି ସରଳୀକରଣ ପାଇଁ ବ୍ୟବସାୟୀମାନେ ବାରମ୍ବାର ଦାବି କରିବା ସତ୍ତ୍ବେ ସରକାର ଦୃଷି ଦେଉନଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ସରକାର ଜିଏସଟିକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଏହାକୁ ୯୬୦ ଥର ସଂଶୋଧନ କରିଥିଲେ । ହେଲେ ଏହାର କାର୍ଯ୍ୟକାରିତା ସଠିକ ଭାବେ ହୋଇପାରୁନାହିଁ ବୋଲି ଜିଲ୍ଲା ବ୍ୟବସାୟୀ ସଂଘ ପ୍ରଶ୍ନ କରିଛନ୍ତି । ଭାରତ ବ୍ୟବସାୟ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦେଲେ ଅନ୍ୟ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସମ୍ବଲପୁର ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ