ଆଶ୍ରୟହୀନଙ୍କ ପାଇଁ ଆଶ୍ରୟ ରଥର ଉଦଘାଟନ
Breaking

ଆଶ୍ରୟହୀନ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ଦେବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ଆଶ୍ରୟ ରଥର ଉଦଘାଟନ ହୋଇଛି । ଅଧିକ ପଢନ୍ତୁ...

ସୁନ୍ଦରଗଡ: ରାଉରକେଲା ମହାନଗର ନିଗମ ପକ୍ଷରୁ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଆଶ୍ରୟ ରଥର ଉଦଘାଟନ ହୋଇଛି । ଏହା ଆଶ୍ରୟହୀନଙ୍କୁ ଆଶ୍ରୟ ଦେବାରେ ସହାୟକ ହେବ ଏହି ରଥ ।

ଆଶ୍ରୟହୀନଙ୍କ ପାଇଁ ଆଶ୍ରୟ ରଥର ଉଦଘାଟନ

ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହି ଆଶ୍ରୟ ରଥକୁ ଉଦଘାଟନ କରିଛନ୍ତି। ସହରର ବିଭିନ୍ନ ସ୍ଥାନ ଯଥା ରେଳଷ୍ଟେସନ, ବିଭିନ୍ନ ମନ୍ଦିର , ବସ୍ ଷ୍ଟାଣ୍ଡ ଆଦି ଅଞ୍ଚଳରେ ରହୁଥିବା ଆଶ୍ରୟହୀନ ଲୋକଙ୍କୁ ଉଦ୍ଧାର କରି ନିଗମ ପକ୍ଷରୁ ଖୋଲାଯାଇଥିବା ଆଶ୍ରୟ କେନ୍ଦ୍ରକୁ ନେଇ ସେଠାରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବ । ବିଭିନ୍ନ ସମୟରେ ଆଶ୍ରୟହୀନ ଲୋକେ ଆବଶ୍ୟକ ଯାନବାହାନ ଅଭାବରୁ ଆଶ୍ରୟ କେନ୍ଦ୍ରକୁ ଆସିପାରନ୍ତି ନାହିଁ। ସେହିଭଳି କ୍ଷେତ୍ରରେ ଏହି ଯାନ ସହାୟକ ହେବ।

କେବଳ ସେତିକି ନୁହେଁ, ଆଶ୍ରୟ କେନ୍ଦ୍ରରେ ରହୁଥିବା ଅନ୍ତେବାସୀମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କିତ କୌଣସି ଅସୁବିଧା ହେଲେ, ତୁରନ୍ତ ସେମାନଙ୍କୁ ଏହି ଆଶ୍ରୟ ରଥ ମାଧ୍ୟମରେ ଡାକ୍ତରଖାନାକୁ ନିଆ ଯିବାର ବ୍ୟବସ୍ଥା ରହିଛି। ସେହିପରି ଆଶ୍ରୟ କେନ୍ଦ୍ରକୁ ଖାଦ୍ୟ ପରିବହନ ଏବଂ ଜନ ସଚେତନତା କାର୍ଯ୍ୟରେ ମଧ୍ୟ ଏହି ବାହନକୁ ବ୍ୟବହାର କରାଯାଇପାରିବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କହିଛନ୍ତି ।

ଏହି ରଥର ଉଦଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ,ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେଙ୍କ ସମେତ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.